ଭାରତ

ଭୂକମ୍ପରେ ଥରିଲା ମହାରାଷ୍ଟ୍ର

(ମହାରାଷ୍ଟ୍ର) : ଭୋରୁ ଭୋରୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର । ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରହିଛି ।

 

ସୂଚନାନୁଯାୟୀ , ଗୁରୁବାର ସକାଳେ ମହାରାଷ୍ଟ୍ରର ହିଙ୍ଗୋଲିରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ପ୍ରଥମ କମ୍ପନ ସକାଳ ୬.୦୮ରେ ଏବଂ ଦ୍ୱିତୀୟ କମ୍ପନ ସକାଳ ୬.୧୯ରେ ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୫ରେ ରେକର୍ଡ କରାଯାଇଛି ଏବଂ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୩.୬ଭାବରେ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ, ଲୋକଙ୍କ ମନରେ ଭୟ ସ୍ଥିର ହୋଇଛି । ଭୂକମ୍ପ ସମୟରେ ନିଜ ଘରେ ଶୋଇଥିବା ଲୋକମାନେ ରାସ୍ତାରେ ବାହାରକୁ ଆସିଥିଲେ ।

Related posts

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ସୁରକ୍ଷାବାହିନୀ

mahabharatanews

ବିଧାୟକ ମୁକୁଲ ରାୟଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

mahabharatanews

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

mahabharatanews