ଭାରତ

ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ନିୟମାବଳୀ ଜାରି

(ଦିଲ୍ଲୀ) : ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ କମିଶନର ନିର୍ବାଚନ ଯେମିତି ଶାନ୍ତି ଓ ଶୃଙ୍ଖଳାରେ ହୁଏ ସେଥିପାଇଁ ଗୁରୁତ୍ବ ଦେଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି।

ସୂଚନାନୁଯାୟୀ , ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର କିମ୍ବା ପାମ୍ପଲେଟ୍‌ର ସମ୍ମୁଖ ଭାଗରେ ମୁଦ୍ରଣକାରୀ ସଂସ୍ଥାର ନାମ ଓ ଠିକଣା ମୁଦ୍ରିତ ରହିବା ବାଧ୍ୟତାମୂଳକ କରାଯାଇଛି। କୌଣସି ବ୍ୟକ୍ତି ନିର୍ବାଚନ ପୋଷ୍ଟର ବା ପାମ୍ପଲେଟ ମୁଦ୍ରଣ କରିବାକୁ ଚାହୁଁଥିଲେ ସେଥିରେ ମୁଦ୍ରଣକାରୀ ସଂସ୍ଥାର ପରିଚୟ ଥିବା ସତ୍ୟପାଠ, ତାଙ୍କର ଦସ୍ତଖତ ଏବଂ ସେହି ସତ୍ୟତାକୁ ସମର୍ଥନ କରୁଥିବା ଦୁଇ ଜଣ ବ୍ୟକ୍ତି(ଯେଉଁମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବେ)ଙ୍କ ପ୍ରତିସ୍ବାକ୍ଷର ରହିଥିବା ଆବଶ୍ୟକ। ଦସ୍ତାବିଜ୍‌ ମୁଦ୍ରିତ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସତ୍ୟପାଠର ନକଲ ସହିତ ଦସ୍ତାବିଜ୍‌ର ଏକକିତା ନକଲ ମୁଦ୍ରଣକାରୀ ସଂସ୍ଥା ସହ ଜିଲାପାଳଙ୍କ ନିକଟକୁ ପଠାଯିବା ଆବଶ୍ୟକ।

Related posts

ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି,ତାପମାତ୍ରା ୪୬.୨ ଡିଗ୍ରି

mahabharatanews

ହାରିସ ଆୟର୍ଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

mahabharatanews

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା AQI

mahabharatanews