ଭାରତ

ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ପୂର୍ବରୁ ହାଇକୋର୍ଟରେ ପହଞ୍ଚିଥିଲେ । ବର୍ତ୍ତମାନ ସେ, ଦିଲ୍ଲୀ ଲିକର ପଲିସି ମାମଲାରେ ଅନ୍ତରିଣ ସୁରକ୍ଷା ଦାବି କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ମଦ ନୀତି ମାମଲାର ତଦନ୍ତରେ ସେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସିଏମ ତାଙ୍କ ଆବେଦନରେ କହିଛି, କିନ୍ତୁ ଇଡି ତାଙ୍କୁ ଗିରଫ ନ କରିବା ପାଇଁ ସେ ଦାବି କରିଛନ୍ତି । ଏହି ମାମଲାରେ କେଜ୍ରିୱାଲଙ୍କୁ ଗୁରୁବାର ଦିନ ନବମ ଥର ପାଇଁ ସମନ ଜାରି କରିଛି ଇଡି ।

ସୂଚନାନୁଯାୟୀ , କେଜ୍ରିୱାଲ ଆହୁରି କହିଛନ୍ତି, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ନିଶ୍ଚିତତା ଦେବା ଉଚିତ ଯେ ଯଦି ତାଙ୍କ ବିରୋଧରେ ଯଦି କୌଣସି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଇଡିରେ ହାଜର ହେବେ । ସୂଚନାଥାଉ ଯେ, ୨୦୨୧-୨୨ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୯ ଥର ସମର ଦାରି କରିବା ସତ୍ତ୍ୱେ ସେ ଏହା ଅଣଦେଖା କରିବା ଆସୁଛନ୍ତି । ଏହି ମାମଲାରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଇଜି ଗିରଫ କରିସାରିଛି ।

Related posts

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews

ମୁଖ୍ୟମନ୍ତ୍ରୀ ହେବା ପାଇଁ ଆବଶ୍ୟକ ୫୦୦ କୋଟି : ନବଜୋତ କୌର ସିଦ୍ଧୁ

mahabharatanews

ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ସେବା

mahabharatanews