ଭାରତ

ଦିଲ୍ଲୀରେ ଅଚାନକ ଭୁଶୁଡିଲା ଦୁଇ ମହଲା କୋଠା, ୨ ମୃତ

(ଦିଲ୍ଲୀ) : ଗୁରୁବାର ଦିନ ସକାଳେ ଦିଲ୍ଲୀର କବୀର ନାଗରରେ ଦୁଇ ମହଲା କୋଠା ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏକ ପୁରୁଣା ନିର୍ମାଣାଧୀନ କୋଠା ଭୁଶୁଡ଼ିବା ନେଇ ଉଦ୍ଧାରକାରୀ ଦଳଙ୍କୁ ରାତି ପ୍ରାୟ ୨ଟା ପରେ ଏକ କଲ ମିଳିଥିଲା। ଉଦ୍ଧାରକାରୀ ଦଳ ଆସି ପହଞ୍ଚିବା ବେଳକୁ ତିନିଜଣ ଶ୍ରମିକ ସେଠ‌ାରେ ଫସି ରହିଥିଲେ।

ସୂଚନାନୁଯାୟୀ , ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଦୁଇଜଣଙ୍କର ମୃତ ଘୋଷଣା କରାଯାଇଛି। ତୃତୀୟ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଚିକିତ୍ସା ଚାଲିଛି। ମୃତକମାନେ ହେଉଛନ୍ତି ୩୦ ବର୍ଷ ବୟସ୍କ ଆର୍ଶାଦ ଏବଂ ୨୦ ବର୍ଷୀୟ ତାହିଦ୍। ଆହତ ବ୍ୟକ୍ତିଙ୍କ ନାମ ରେହାନ (୨୨) ବୋଲି ଜଣାପଡିଛି। ବିଲଡିଂର ମାଲିକ ସହିଦ ବୋଲି ଜଣାପଡିଛି ଏବଂ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି।

Related posts

ସିଦ୍ଧାରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ଉଦ୍ଧବ ଠାକରେ

mahabharatanews

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

mahabharatanews

ଅକ୍ଷୟ କୁମାରଙ୍କ ସହିତ ବଡ ପରଦାରେ ନଜର ଆସିବେ ସରଗୁନ

mahabharatanews