ଭାରତ

ହ୍ୱାଟସପରେ ବିକଶିତ ଭାରତ ବାର୍ତ୍ତା ବନ୍ଦ କରିବାକୁ କମିଶନଙ୍କ ନିର୍ଦେଶ  

(ଦିଲ୍ଲୀ) : ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ହ୍ୱାଟସପ ଆପରେ ବିକଶିତ ଭାରତ ବାର୍ତ୍ତା ପଠାଇବା ବନ୍ଦ କରିବାକୁ କମିଶନ ଆଜି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ , ସାଧାରଣ ନିର୍ବାଚନ ୨୦୨୪  ଘୋଷଣା ଏବଂ MCCର କାର୍ଯ୍ୟକାରିତା ସତ୍ତ୍ୱେ କମିଶନ ଅନେକ ଅଭିଯୋଗ ଗ୍ରହଣ କରିଥିଲେ, ତଥାପି ନାଗରିକଙ୍କ ଫୋନକୁ ଏଭଳି ବାର୍ତ୍ତା ପଠାଯାଉଛି । ଏହାର ଜବାବରେ, ମେଟି କମିଶନଙ୍କୁ ଜଣାଇଥିଲେ ଯେ ଯଦିଓ ଏମସିସି ଲାଗୁ ହେବା ପୂର୍ବରୁ ଚିଠି ପଠାଯାଇଥିଲା, ତଥାପି ସେମାନଙ୍କ ମଧ୍ୟରୁ କେତେକ ହୁଏତ ସିଷ୍ଟମିକ୍ ଏବଂ ନେଟୱାର୍କ ସୀମିତତା କାରଣରୁ ବିଳମ୍ବରେ ଲୋକଙ୍କ ନିକଟରେ ପହଂଚିଛି । ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅନେକ ଅଭିଯୋଗ ଆସିଥିଲା। ଆଜି କମିଶନ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Related posts

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

 “ଗଣ ଅସୁସ୍ଥତା ଛୁଟି”; ବିମାନ ସେବା ବ୍ୟାଘାତ

mahabharatanews

ପଶ୍ଚିମ ବଙ୍ଗର ୧୦ ନିଖୋଜ ପବର୍ତ୍ତାରୋହଣକାରୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews