ଭାରତ

ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) :  ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ଅଭିମୁଖେ ଯାତ୍ରା କରିଛନ୍ତି। ମାର୍ଚ୍ଚ ୨୨-୨୩ରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନରେ ରହିବେ। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଦିଲ୍ଲୀରୁ ଭୁଟାନ ଅଭିମୁଖେ ଯାତ୍ରା କରିଛନ୍ତି ।

ସୂଚନାନୁଯାୟୀ ,  ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତ ପୂର୍ବରୁ ମାର୍ଚ୍ଚ ୨୧-୨୨ରେ ହେବାର ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଥିଲା ଏବଂ ଖୁବ ଶୀଘ୍ର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭୁଟାନ ସରକାରଙ୍କ ସହ କଥାବାର୍ତ୍ତା କରି ନୂତନ ତାରିଖ ଘୋଷଣା କରିବାକୁ କହିଥିଲେ। ତେବେ ପାରସ୍ପରିକ ସହମତି ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୁଟାନ ଅଭିମୁଖେ ଯାତ୍ରା କରିଛନ୍ତି। ବିମାନବନ୍ଦରରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Related posts

ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ

mahabharatanews

୫ ଗାଁକୁ ଦଖଲ କଲା ରୁଷିଆ

mahabharatanews

ଚାଲିଗଲା ସୁରକ୍ଷିତ ଉଦ୍ଧାର ହୋଇଥିବା ଝିଅଟିର ଜୀବନ 

mahabharatanews