ଓଡିଶା

କର୍ପୋରେଟ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

(ଭୁବନେଶ୍ୱର) : କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ । ୪ର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ ହୋଇଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ହୋଇଛି ।

ସୂଚନାନୁଯାୟୀ , ତେବେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଏଯାବତ କୋଠା ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି। ସେମାନେ ବାହାରୁ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। କିନ୍ତୁ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ଓ ବିଲ୍ଡିଂରେ କେତେ ଜଣ ଲୋକ ଫସି ରହିଛନ୍ତି, ସେନେଇ କୌଣସି ସୂଚନା ମିଳିନଥିବା ବେଳେ ନିଆଁ ଲିଭାଇବାକୁ ତଥା କେହି ଫସି ରହିଥିଲେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଦମକଳ ବାହିନୀ ଦଳ ।

Related posts

ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍

mahabharatanews

କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

mahabharatanews

ପୁରା ଦେଶ ପାଳୁଛି ଇଦ୍

mahabharatanews