ଦେଶ ବିଦେଶ

ବିହାରରେ ଚିନି ଦରରେ ଲମ୍ବା ହାଇଜମ୍ପ,ମନ୍ତ୍ରୀଙ୍କୁ ପଡ଼ୁନି ଫରକ…

ବିହାରରେ ଚିନି ଦରରେ ଲମ୍ବା ହାଇଜମ୍ପ। ଦର ଛୁଇଁଲା  ୬୫। ଖାଉଟି ଅସନ୍ତୋଷ। ହେଲେ  ମନ୍ତ୍ରୀଙ୍କୁ ପଡ଼ୁନି ଫରକ। ବିହାରରେ ଚିନି ଦର ବୃଦ୍ଧିକୁ ନେଇ ମନ୍ତ୍ରୀ ଶ୍ରବଣ କୁମାରଙ୍କ ଅଜବ ଯୁକ୍ତି ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଚିନି ଦର ବଢ଼ିଲେ ଲୋକଙ୍କ ଉପରେ ବେଶୀ ପ୍ରଭାବ ପଡ଼ିବନି। ମଧୁମେହ ବଢ଼ୁଥିବାରୁ ଲୋକେ ଏବେ ଚିନି କମ୍ ଖାଉଛନ୍ତି।  ସେଥିପାଇଁ ଚିନି ଦର ବଢ଼ିଲେ ଲୋକଙ୍କ ଉପରେ ପ୍ରଭାବ ପଡ଼ିବନି।

ସେ ଆହୁରି କହିଛନ୍ତି, କୃଷକଙ୍କ ଉତ୍ପାଦର ଦାମ ବଢ଼ିଲେ ଖୁସି ଲାଗେ। ଯଦି ଚିନି ଦାମ ବୃଦ୍ଧି ହୋଇଛି,  ତା’ରଯାଞ୍ଚ କରାଯିବ। ତେବେ ମନ୍ତ୍ରୀ ଶ୍ରବଣ କୁମାରଙ୍କ ମନ୍ତବ୍ୟକୁ ନେଇ ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତୀବ୍ର ସମାଲୋଚନା କରିଛନ୍ତି। ଦରଦାମ ବଢ଼ିବା ପ୍ରସଙ୍ଗରେ ‘ମଧୁମେହ’କୁ ଯୁକ୍ତି କରିବାକୁ ନେଇ ସେ ସରକାରଙ୍କୁ କଟାକ୍ଷ କରିଛନ୍ତି। ସୂଚନାଯୋଗ୍ୟ,   ବିହାରରେ ଚିନି କିଲୋ ପିଛା ୬୫ ଟଙ୍କାରୁ ଅଧିକ ହୋଇଥିବା ବେଳେ, ପୂର୍ବରୁ ଏହା ପ୍ରାୟ ୪୮ରୁ ୫୦ ଟଙ୍କା ଥିଲା।

Related posts

ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।

mahabharatanews

ପଞ୍ଜାବ ବ୍ୟାଙ୍କ ମହାଘୋଟାଲା ମାମଲାରେ CBI କୁ ଏକ ବଡ଼ ସଫଳତା

mahabharatanews

ଅଧିକାରୀଙ୍କ ଟେବୁଲ ଉପରେ ଏକ ବସ୍ତାରେ ବୁଲା କୁକୁର ଛୁଆ ଛାଡି ଦେଲେ ଲୋକ

mahabharatanews