ଦେଶ ବିଦେଶ

୪୨ ହଜାର ଟଙ୍କା ନେଇ ଛୁ ମାରିଲା ମାଙ୍କଡ, ତା’ପରେ…

ଟଙ୍କା ବ୍ୟାଗ ଧରି ଠିଆ ହୋଇଥିଲେ ମହିଳା। ହଠାତ୍ ଆସିଲା ଟଙ୍କା ବ୍ୟାଗ୍ ନେଇ ଛୁ ମାରିଲା ମାଙ୍କଡ।   ବ୍ୟାଗ ଭିତରେ ଥିଲା ୪୨ ହଜାର ଟଙ୍କା। କେମିତି ଟଙ୍କା ବ୍ୟାଗ ମାଙ୍କଡ ପାଖରୁ ଅଣାଯିବ ପଡ଼ିଲା ଭାଳେଣି।  ପୋଲିସ ଦେଖାଇଲା ଚତୁରତା, ମିଳିଲା ଟଙ୍କା ବ୍ୟାଗ୍।  ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଛି ଏହି ଘଟଣା।ଜଣେ ମହିଳା ଠିଆ ହୋଇଥିଲେ।  ଏକ ମାଙ୍କଡ଼ ହଠାତ୍ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ଗଛ ଉପରକୁ ଚଢ଼ି ଯାଇଥିଲା। ମହିଳା ଓ ସ୍ଥାନୀୟ ଲୋକେ ମାଙ୍କଡ଼ ପଛରେ ଦୌଡ଼ିଥିଲେ, ,ହେଲେ ଚତୁର ମାଙ୍କଡ଼ ବ୍ୟାଗ ନେଇ ଗଛ ଉପରକୁ  ପଳାଇଥିଲା।  ଶେଷରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ।

ସେମାନେ ମାଙ୍କଡ଼କୁ ଧରିବା ପାଇଁ ଜୋର ଜବରଦସ୍ତି କରିନଥିଲା। କାରଣ ଏଭଳି କଲେ ମାଙ୍କଡ଼ ଟଙ୍କା ଚିରି ଦେବା କିମ୍ବା ଅନ୍ୟ କେଉଁଠି ଫିଙ୍ଗିଦେବାର ଆଶଙ୍କା ଥିଲା। ତେଣୁ ପୋଲିସ ଆପଣାଇଥିଲା ଚତୁରତା। ମାଙ୍କଡ଼ ବସିଥିବା ଗଛମୂଳେ କିଛି  କଦଳୀ ଆଣି ଥୋଇଦେଇଥିଲା ପୋଲିସ। କଦଳୀ ଦେଖି ମାଙ୍କଡ଼ ଗଛରୁ ଓହ୍ଲାଇଥିଲା। ଟଙ୍କା ଥୋଇ ମାଙ୍କଡ଼ କଦଳୀ ଖାଉଥିବା ବେଳେ ପୋଲିସ ସାବଧାନତାର ସହ ବ୍ୟାଗ୍‌ଟି ଉଦ୍ଧାର କରିଥିଲା।ଶେଷରେ ମହିଳାଙ୍କୁ ତାଙ୍କର ୪୨ ହଜାର ଟଙ୍କା ଫେରାଇ ଦିଆଯାଇଥିଲା। ଘଟଣାଟି ଏବେ ଅଯୋଧ୍ୟାରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଙ୍କଡ଼ଠାରୁ ଟଙ୍କା ଉଦ୍ଧାର କରିବା ପାଇଁ ପୋଲିସର ବୁଦ୍ଧିକୁ ପ୍ରଶଂସା କରାଯାଇଛି ।

Related posts

ବଙ୍ଗଳାର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ…

mahabharatanews

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

mahabharatanews

ଆମେରିକା ଯିବାକୁ ଚାହୁଁଥିଲେ ସାବଧାନ!

mahabharatanews