ଓଡିଶା

ବିଜେଡିର ମିଶ୍ରଣ ପର୍ବ

(ଭୁବନେଶ୍ୱର) : ମେଣ୍ଟ ଆଶା ରେ ପୂର୍ଣ୍ଣ ଛେଦ ପଡିଲା ପରେ ବିଜେଡି ରାଜନୀତି ସରଗରମ । ଆରମ୍ବ ହୋଇଛି ମିଶ୍ରଣ ପର୍ବ ।ନେତା କର୍ମୀ ସମସ୍ତେ ଜୋସ ରେ । ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ସଂଗଠନକୁ ମଜଭୁତ କରିବାରେ ଲାଗିପଡିଲେଣି ନେତା ।ନିର୍ବାଚନମଣ୍ଡଳୀ ବଦଳିବା ଚର୍ଚ୍ଚା ଭିତରେ ସଂଜୟ ଦାସବର୍ମାଙ୍କ ଶକ୍ତି ପ୍ରଦର୍ଶନ । ସତ୍ୟବାଦୀର ଶହ ଶହ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା । ଶଙ୍ଖ ଭବନ ରେ ମିଶ୍ରଣ ପର୍ବ ।

ସୂଚନାନୁଯାୟୀ , ବିଜେଡିରେ ଯୋଗ ଦେଲେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ। କଣାସ ବ୍ଲକ ଚେୟାରମ୍ୟାନ,୨୫ ଜଣ ସରପଞ୍ଚ,୧୫ ଜଣ ସମିତି ସଦସ୍ୟଙ୍କ ସମେତ ୨୦୦୦ କର୍ମୀ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଧ ଭାବେ ଯୋଗ ଦେଇଛନ୍ତି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ।

Related posts

ଅଲୌକିକ ଘଟଣାରେ ବିମୋହିତ ଭକ୍ତ ଜନ

mahabharatanews

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

mahabharatanews

କଣ୍ଟିଆପଡା ପଞ୍ଚାୟତ ସମିତି ସଭ୍ୟ ପାଇଁ ୨ ପ୍ରାର୍ଥପତ୍ର ଦାଖଲ

mahabharatanews