ମନୋରଞ୍ଜନ

ଖୁବ ଶୀଘ୍ର ଆସିବ ହ୍ରିତିକଙ୍କ ‘କ୍ରିଶ’ ସିକ୍ବେଲ 

(ମୁମ୍ବାଇ) : ଖୁବ ଶୀଘ୍ର ଆସିବାକୁ ଯାଉଛି ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିଶ’ ସିକ୍ବେଲ । ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା। ଏହାର ସୁଟିଂ ୨୦୨୫ରେ ଆରମ୍ଭ ହେବ ବୋଲି କୁହାଯାଉଛି। ‘କ୍ରିଶ’ ବଲିଉଡର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ। ୨୦୨୧ରେ, ହ୍ରିତିକ ରୋଶନ   କ୍ରିଶ୍ ୪ ଘୋଷଣା କରୁଥିବା ଏକ ଭିଡିଓ ସେୟାର କରିଥିଲେ ଯାହା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଖୁବ୍ ଉତ୍ସାହିତ କରିଥିଲା।

ସୂଚନାନୁଯାୟୀ , ପୁଣି ଥରେ ହ୍ରିତିକ୍ ରୋଶନଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏଥିରେ କିଏ ନାୟିକା ବନିବେ ସେନେଇ କୌଣସି ସୂଚନା ମିଳିନି। ପୂର୍ବରୁ କ୍ରିଶରେ ପ୍ରିୟଙ୍କା ଚୋପ୍ରା ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନଜର ଆସିଥିଲେ। ତେବେ ଫିଲ୍ମରେ ପୁଣି ଥରେ ରାଜେଶ ରୋଶନ ସଙ୍ଗୀତ ନିର୍ଦ୍ଦେଶନା ଦେବେ ବୋଲି ଜଣାଯାଇଛି।

Related posts

ରାମ ମନ୍ଦିରରେ ରାଜନେତ୍ରୀ ହେମାମାଳିନୀ 

mahabharatanews

ଅଚାନକ ଇମ୍ରାନଙ୍କୁ ଚୁମ୍ବନ ଦେଲେ ସଲ୍‌ମାନ ଖାନ୍‌

mahabharatanews

୧୦୦ ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଲେ ସୁପରଷ୍ଟାର ବିଜୟ 

mahabharatanews