ଭାରତ

ମୃତ୍ୟୁ ବରଣ କଲେ ବିଷ ପିଇଥିବା ସାଂସଦ 

(ତାମିଲନାଡୁ) : ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ସାଂସଦ ଏ ଗଣେଶମୂର୍ତ୍ତି (76) ଗୁରୁବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। ଲୋକସଭା ନିର୍ବାଚନରେ ଟିକେଟ୍ ନ ପାଇ ସେ କ୍ରୋଧିତ ହୋଇ ରବିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୂଚନାନୁଯାୟୀ , ଗଣେଶମୂର୍ତ୍ତି ବିଷ ଖାଇବା ପରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା। ସେ ଏଠାରେ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁଜ୍ ଏଜେନ୍ସି INS ଗଣେଶମୂର୍ତ୍ତିଙ୍କ ସମ୍ପର୍କୀୟ କହିଛି ଯେ ଗଣେଶମୂର୍ତ୍ତି ରବିବାର ଦିନ କୀଟନାଶକ ବିଷ ଖାଇଥିଲେ, ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Related posts

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews

ରୁଷ୍‌ ଅଧିକୃତ ସହର ଉପରେ ୟୁକ୍ରେନର ଆକ୍ରମଣ

mahabharatanews

ସ୍ପେନର ବିମାନ ଦୁର୍ଘଟଣାଗ୍ରସ୍ତ

mahabharatanews