ଭାରତ

କେଜ୍ରିୱାଲଙ୍କ ରିମାଣ୍ତ ଅବଧି ଏପ୍ରିଲ୍ ୧ ଯାଏଁ ବୃଦ୍ଧି   

(ଦିଲ୍ଲୀ) : ଥମିବାର ନାଁ ନେଉନି  ଦିଲ୍ଲୀର ମଦ ଦୁର୍ନୀତି ମାମଲା  ।  ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି । ୧ ଏପ୍ରିଲ ପର୍ଯ୍ୟନ୍ତ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ତ ଅବଧି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ୧ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ପରବର୍ତ୍ତୀ ଶୁଣାଣି ୧ ଏପ୍ରିଲ ୨୦୨୪ ଦିନ ୨ଟାରେ କୋର୍ଟରେ ହାଜର କରାଯିବ ।

ସୂଚନାନୁଯାୟୀ , ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏହାକୁ ବିରୋଧ କରି କେଜ୍ରିୱାଲ କହିଛନ୍ତି ଯେ ,ଇଡି ମାଧ୍ୟମରେ ଆମ ଆଦମୀ ପାର୍ଟିକୁ ସମାପ୍ତ କରିବା ପାଇଁ ପ୍ରୟାସ କରାଯାଉଛି । ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।

Related posts

ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସବୁଠାରୁ ଅଧିକ ସମୟ ପାଇଁ ଥିଲେ ନୀତିଶ, କିନ୍ତୁ ମାତ୍ର ପାଞ୍ଚ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ଥିଲେ? ସମ୍ପୂର୍ଣ୍ଣ ତାଲିକା।

mahabharatanews

ବିଜେପିରେ ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି

mahabharatanews

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

mahabharatanews