ମନୋରଞ୍ଜନ

“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେ

(ମୁମ୍ବାଇ) : ବିଗବସର ମରାଠୀ ସିଜନ-୨ର ବିଜେତା ତଥା ଅଭିନେତା ଶିବ ଠାକରେ ‘ଝଲକ ଦିଖଲା ଯା-୧୧’କୁ ନେଇ ଏକ ଚାଞ୍ଚଲ୍ୟ କଥା ସାମ୍ନାକୁ ଆସିଛି ।

ଶିବ କହିଛନ୍ତି, ‘ମୋର ଝଲକ ଦିଖଲା ଯା’ ରିୟଲିଟି ସୋ’ର ଅନୁଭୂତି ଭଲ ଓ ଖରାପ ଉଭୟ ରହିଛି। ସୋ’ରେ ମୋ ସହ ଏମିତି କିଛି ଘଟଣା ଘଟିଛି ଯାହାକି ମୁଁ ଆଜି ଯାଏଁ ଭୁଲି ପାରି ନାହିଁ କି ଭୁଲି ବି ନାହିଁ। ମୋତେ ଯାହା ଖରାପ ଲାଗୁଥିଲା ମୁଁ ସୋ’ର ନିର୍ମାତାଙ୍କ ପାଖରେ ତାହାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲି କିନ୍ତୁ କିଛି ଲାଭ ହୋଇ ନଥିଲା। ମୋ କଥାକୁ କେହି ବୁଝିବାକୁ ଚେଷ୍ଟା କରି ନଥିଲେ। କିଛି ବି କାରଣ ନଥାଇ ମୋତେ ଅସମ୍ମାନ କରାଯାଇଥିଲା। ଅସମ୍ମାନ କରାଗଲା ଏଥିପାଇଁ ମୋର ମନ ଯେତିକି କଷ୍ଟ ହୋଇ ନଥିଲା ମୋତେ ପସନ୍ଦ କରୁଥିବା ଓ ମୋତେ ଦେଖୁଥିବା ଦର୍ଶକଙ୍କ କଥା ଭାବି ଦୁଃଖ ଲାଗୁଥିଲା।

Related posts

ରଣବୀର ଓ ଦୀପିକାଙ୍କୁ ଶୁଭେଚ୍ଛାର ସୁଅ

mahabharatanews

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

mahabharatanews

ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ !

mahabharatanews