ଭାରତ

ଏଗଜିଟ୍ ପୋଲ ଉପରେ ରୋକ

(ଦିଲ୍ଲୀ) : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସିଲାଣି । ଯେଉଁଥି ପାଇଁ ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟକେ ଭାରତର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଯେ, ଏପ୍ରିଲ ୧୯ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର ଏକଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ଆଗାମୀ ଦିନରେ ଆଉ ଏଗଜିଟ୍ ପୋଲ ଦେଖାଇ ପାରିବେ ନାହିଁ କୌଣସି ଚ୍ୟାନେସ୍,ନ୍ୟୁଜ୍ ପୋର୍ଟଲା ଏବଂ ନ୍ୟୁଜ୍ ପେପର୍ ।

ସୂଚନା ଅନୁସାରେ, ଏପ୍ରିଲ ୧୯ ସକାଳ ୭ଟା ରୁ ଜୁନ୍ ୧ ତାରିଖ ରାତି ୬ଟା ୩୦ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏକଜିଟ୍ ପୋଲ ଉପରେ ରୋକ୍ ଲଗାଯାଇଛି । ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଲୋକ ପ୍ରତିନିଧୀଙ୍କ ଅଧିନିୟମ ଅନୁଯାୟୀ କୌଣସି ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ମତଦାନ ସମ୍ବନ୍ଧୀୟ ସର୍ଭେ, ନିର୍ବାଚନ ଫଳାଫଳ, ମତଦାନ ସମ୍ବନ୍ଧୀୟ ଖବ ସମେତ ଅନ୍ୟ କୌଣସି ନିର୍ବାଚନ ସାମଗ୍ରୀର ପ୍ରଦର୍ଶନ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶିତ କରାଯିବ ନାହିଁ ।

Related posts

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

mahabharatanews

ଲକ୍ଷିକା ଡାଗରଙ୍କ ବଡ ସଫଳତା ; ନ୍ୟୁଜ ଆଙ୍କରରୁ ଏବେ ଗାଁ ସରପଞ୍ଚ

mahabharatanews

୧୩ଶହ ବର୍ଷର ପୁରୁଣା କାହାଣୀ

mahabharatanews