ଓଡିଶା

ହସ୍ପିଟାଲରୁ ଫେରିଲେ ବରିଷ୍ଠ ବିଜେଡି ପ୍ରସନ୍ନ ଆଚାର୍ଯ୍ୟ 

(ଭୁବନେଶ୍ୱର) : ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ ।

ସୂଚନାନୁଯାୟୀ , ଶ୍ରୀ ଆଚାର୍ଯ୍ୟ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡ଼ିରେ ଥିବା ତାଙ୍କ ପିଏସ୍‌ଓ ଗୁରୁତର ଆହତ ହୋଇଥିଲେ।

Related posts

ଦରଦୀମଣିଷ ଥିଲେ ଗୁରୁପଦ ନନ୍ଦ ସୁପ୍ନେଶ୍ୱର୍ ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିଚ୍ଛିନ୍ନାଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର

mahabharatanews