ଭାରତ

ରାଜ୍ୟସଭା ସାଂସଦଙ୍କ ଶପଥ ପାଠ

(ଦିଲ୍ଲୀ) : ଓଡ଼ିଶାରୁ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଜେଡିରୁ ନିର୍ବାଚିତ ହୋଇଥିବା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି। ସଂସଦ ଭବନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସୂଚନାନୁଯାୟୀ , ଶ୍ରୀ ବୈଷ୍ଣବ ଓ ଶ୍ରୀ ଖୁଣ୍ଟିଆ ଓଡ଼ିଆରେ ଏବଂ ଶ୍ରୀ ସାମନ୍ତରାୟ ଇଂରାଜୀରେ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବା ପରେ ତିନି ଜଣ ସାଂସଦ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରରେ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ। ଗତ ଫେବ୍ରୁଆରି ୨୦ରେ ରାଜ୍ୟସଭା ସଦସ୍ୟ ଭାବେ ଏମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

Related posts

ରାଜପଥର ନାମ ବଦଳି ହେଲା କର୍ତ୍ତବ୍ୟ ପଥ

mahabharatanews

ପଞ୍ଚମ ଥର ପାଇଁ କେଜ୍ରିୱାଲଙ୍କୁ ଇଡି ସମନ ଜାରି 

mahabharatanews

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews