ଭାରତ

ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି

(ଦିଲ୍ଲୀ) : ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । ଆଉ ଏଭଳି ମାହୋଲ ଭିତରେ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି । କର୍ଣାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଥିବା ଏବେ କୁହାଯାଉଛି ।

ସୂଚନାନୁଯାୟୀ , ଚିକ୍କୱଲାପୁର ଆସନ ପାଇଁ ଟିକେଟ ରେସରେ ଥିଲେ ଭେଟରାନ ନେତା ବିରପ୍ପା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଟିକେଟ ଦେଇଥିଲା । ଏଥିପାଇଁ ସେ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ମାତ୍ର ଜଣେ ସାଧାରଣ କଂଗ୍ରେସ କର୍ମୀ ହିସାବରେ ରମେୟାଙ୍କ ନିମନ୍ତେ ପ୍ରଚାର କରିବେ ବୋଲି ସେ ଘୋଷଣା କରିଛନ୍ତି । ବିରପ୍ପା ମୋଇଲି ୧୯୯୨ ମସିହା ନଭେମ୍ବରରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Related posts

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

mahabharatanews

ହାତୀ ସଫାରି କଲେ ପିଏମ ମୋଦୀ

mahabharatanews

ଏହି ଗୀତ ପାଇଁ ୫ ବର୍ଷ ହେବ ଫିଜିଓ‌ଥେରାପି କରାଉଛନ୍ତି ନୋରା 

mahabharatanews