ମନୋରଞ୍ଜନ

“ବିବାହକୁ ସାର୍ବଜନୀନ କାର୍ଯ୍ୟ କରିବାକୁ ଚାହୁଁନଥିଲି’’: ତାପସୀ 

(ମୁମ୍ବାଇ) : ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ଅଭିନେତ୍ରୀ ତାପସୀ ପାନ୍ନୁ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିବା କଥା ଚର୍ଚ୍ଚା ହେଉଥିଲା। ତେବେ ତାପସୀ ନିଜ ଆଡୁ ଏହି ବିବାହ ବିଷୟରେ କହୁନଥିବାରୁ ସେ ଗ‌ୋପନରେ ବାହା ହୋଇଛନ୍ତି ବୋଲି ଆଲୋଚନା ହେଲା। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିବାହ ଉତ୍ସବ ସର୍ବସାଧାରଣରେ ପ୍ରଘଟ ହେଉ ବୋଲି ସେ ଚାହୁଁନାହାନ୍ତି। ସେ ଆହୁରି ବି କହିଛନ୍ତି କି ବିବାହକୁ କେବେବି ଗୁପ୍ତ ରଖିବା ଉଦେଶ୍ୟ ନଥିଲା; ମାତ୍ର ମୁଁ ଏହାକୁ ଏକ ସାର୍ବଜନୀନ କାର୍ଯ୍ୟ କରିବାକୁ ଚାହୁଁନଥିଲି।’’

ସୂଚନାନୁଯାୟୀ , ୨୦୧୩ରେ ହୋଇଥିବା ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ । ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।

Related posts

ରାମଲାଲାଙ୍କ ପାଇଁ ୧୧ କିଲୋର ସୁନା ମୁକୁଟ ଦାନ କରିବ ମହାଠକ

mahabharatanews

‘ରଣବୀର କେତେ ବଡ଼ ଷ୍ଟାର ହେଲେ ମଧ୍ୟ ଶକ୍ତିମାନ ହୋଇପାରିବେ ନାହିଁ’ : ମୁକେଶ

mahabharatanews

ଏକାଠି ଠୁମକା ଲଗାଇଲେ କରିସ୍ମା ଓ ମାଧୁରୀ

mahabharatanews