ଭାରତ

କାଫେ ବିସ୍ଫୋରଣ ମାମଲା; ୨ ଅଭିଯୁକ୍ତ ଗିରଫ

(ବେଙ୍ଗଲୁର) : ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ୨ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି NIA । ଦୁଇ ଅଭିଯୁକ୍ତମାନେ ହେଲେ ମଟୀନ ତାହା ଏବଂ ମୁସାବୀର ହୁସେନ ଶାଡିବ । ଶାଜିବଙ୍କ ଘର ଶିବାମୋଗଗା ଜିଲ୍ଲାର ତିର୍ଥହାଲୀ ଅଞ୍ଚଳରେ । ତେବେ ଏହି ବିସ୍ଫୋରଣ ଘଟଣାପ ମୁଖ୍ୟ ଅଭିଯୁକ୍ତ ଶାଜିବ ବୋଲି ଅନୁମାନ କରୁଛି ତଦନ୍ତକାରୀ ସଂସ୍ଥା ।

ସୂଚନାନୁଯାୟୀ , ମାର୍ଚ୍ଚ ୧୦ ତାରିଖରେ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେରେ ଆଇଇଡି ବିସ୍ଫୋରଣ ଘଟିଥିଲା । NIA’ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ‘ଏପ୍ରିଲ ୧୨ ତାରିଖ ସକାଳେ କୋଲକାତା ନିକଟରେ ପଳାତକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନେ ମିଥ୍ୟା ପରିଚୟ ଦେଇ ଲୁଚି ଲୁଚି ରାଜ୍ୟ ପରିବର୍ତ୍ତନ କରି ବଲୁଥିଲେ । ଏନଆଇଏ ମୁଖପାତ୍ର ଏହା ପୂର୍ବରୁ କହିଥିଲେ ଯେ, କର୍ଣ୍ଣାଟକରେ ୧୨, ତାମିଲନାଡୁରେ ୫ ଜଣ ଏବଂ ଉତ୍ତରପ୍ରଦେଶରେ ତିନିଟି ରାଜ୍ୟର ୧୮ଟି ସ୍ଥାନରେ ଚଢାଉ କରାଯାଇଥିଲା ।

Related posts

ହୁ ହୁ ହୋଇ ଜଳିଗଲା ସୁପରଫାଷ୍ଟ ଏକ୍ସପ୍ରେସର ୩ବଗି

mahabharatanews

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

mahabharatanews

“ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି” : କେଜ୍ରିୱାଲଙ୍କ ପତ୍ନୀ

mahabharatanews