ଭାରତ

 ନେହେରୁ ଷ୍ଟାଡିୟମରେ ଭୁଶୁଡିଲା ପେଣ୍ଡାଲ

(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ରହିଛି । ଶନିବାର ଦିନ ଜବାହରଲାଲ ନେହେରୁ ଷ୍ଟାଡିୟମରେ ନିର୍ମିତ ଏକ ଅସ୍ଥାୟୀ ପେଣ୍ଡାଲ ଭୁଶୁଡି ୮ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଦବି ରହିଥିବା ନେଇ ସୂଚନା ରହିଛି । ଭାଙ୍ଗିପଡିଥିବା ପେଣ୍ତାଲକୁ କ୍ରେନ୍ ସାହାଯ୍ୟରେ ହଟାଯାଉଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ , ଦକ୍ଷିଣ ଦିଲ୍ଲୀ ଡିସିପିଙ୍କ ସୂଚନା ଅନୁସାରେ, ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନମ୍ବର ୨ ନିକଟରେ ଥିବା ଏକ ଲନରେ କାମ ଜାରି ରହିଥିବା ବେଳେ ଏହାର ଏକ ବଡ଼ ଅଂଶ ଶନିବାର ଅପରାହ୍ନରେ ଭୁଶୁଡ଼ି ପଡିଥିଲା । ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଏବେ ଏହା ମଧ୍ୟ ଅନେକ ଦବି ହୋଇ ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

ମତଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

mahabharatanews

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

mahabharatanews

ମଣିପୁର ଲଜ୍ଜ୍ୟା : ଭିଡିଓ କରୁଥିବା ବ୍ୟକ୍ତି ଗିରଫ 

mahabharatanews