ମନୋରଞ୍ଜନ

ଧମାଲ କରୁଛି ‘ବଡେ ମିଆଁ ଛୋଟେ ମିଆଁ’

(ମୁମ୍ବାଇ) : ଇଦ୍ ଅବସରରେ ‘ମୈଦାନ’ ‘ବଡେ ମିଆଁ ଛୋଟେ ମିଆଁ’କୁ ପଛରେ ପକାଇ ଦେଇଥିଲେ ବି ବିଶ୍ବ ସ୍ତରର ଆୟ ମିଶାଇଲେ ୨ଦିନରେ ୫୦କୋଟିରୁ ଅଧିକ ଆୟ କରିଛି ‘ବଡେ ମିଆଁ ଛୋଟେ ମିଆଁ’। ଇନଷ୍ଟାଗ୍ରାମ ପେଜରେ ପ୍ରଡକ୍ସନ୍ ହାଉସ୍ ପୂଜା ଏଣ୍ଟରଟେନମେଣ୍ଟ ଏହି ସୂଚନା ସେୟାର କରିଛି।

ସୂଚନାନୁଯାୟୀ , ତେବେ ଘରୋଇ ବକ୍ସ ଅଫିସରେ ‘ବଡେ ମିଆଁ ଛୋଟେ ମିଆଁ’ର ରୋଜଗାର ଟିକେ ମନ୍ଥର ରହିଛି। ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନରେ  ୧୫.୬୫ କୋଟି ଟଙ୍କା ସଂଗ୍ରହ କରିଥିଲା। ଏହା ସହ ଦ୍ୱିତୀୟ ଦିନରେ ଫିଲ୍ମଟି ୭.୬ କୋଟି ଟଙ୍କା ରୋଜଗାର କରିଥିଲା। ଏହାକୁ ମିଶାଇ ଦୁଇ ଦିନ ମଧ୍ୟରେ ଭାରତରେ ‘ବଡେ ମିଆଁ ଛୋଟେ ମିଆଁ’ର ମୋଟ ରୋଜଗାର ବର୍ତ୍ତମାନ ୨୩.୨୫ କୋଟି ଟଙ୍କା ହୋଇଛି।

Related posts

ଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଅକାଳ ବିୟୋଗ 

mahabharatanews

ବାହାଘର ପୋଷାକକୁ ନେଇ ମୁହଁ ଖୋଲିଲେ  ପରିଣୀତି

mahabharatanews

ଇସ୍ରାଏଲରୁ ଫେରି ଭାବପ୍ରବଣ ଭିଡିଓ ସେୟାର କଲେ ଅଭିନେତ୍ରୀ ନୁଶରତ

mahabharatanews