ମନୋରଞ୍ଜନ

ଡିଗ୍ରୀ ହାସଲ କଲେ ସୁପରଷ୍ଟାର ରାମଚରଣ

(ମୁମ୍ବାଇ) : ସାଉଥ ସୁପରଷ୍ଟାର ରାମଚରଣଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପ୍ରଶଂସକମାନେ ବେଶ ଖୁସି ହେଉଥିବା ଦେଖିବାକୁ ମିଳିଛି । ବାସ୍ତବରେ, ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ୱେଲ୍ସ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ନେଇ ଅଭିନେତା ନିଜେ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ୩୯ ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏରାମ ଚରଣ ଏହି ସ୍ନାତକୋତ୍ତର ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ପୋଷ୍ଟ କରି ଅଭିନେତା ଲେଖିଛନ୍ତି, ‘ୱେଲ୍ସ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପାଇଁ ମୁଁ ବହୁତ ଖୁସି । ଏହି ଯାତ୍ରାରେ ମୋ ସହ ଥିବା ସମସ୍ତ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି ‘।

Related posts

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

୧୨୦୦ କୋଟି ଆୟ କରି ଚର୍ଚାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’

mahabharatanews

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews