ଓଡିଶା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ।  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ, ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକଙ୍କୁ କାମ ନ କରାଇବା ପାଇଁ । ଏସଆରସି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଶ୍ରମିକମାନଙ୍କୁ ଦିନ ୧୧ ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ କରିବା ପାଇଁ ମନା କରାଯାଇଛି। ତେବେ ଯଦି ନିର୍ଦ୍ଦେଶର ଅବମାନନା କରାଯାଏ ତେବେ ଉକ୍ତ ଜିଲ୍ଲାର ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଏବଂ ବପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

Related posts

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews

 ଗତ ୨୪ ଘଣ୍ଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ୧୭ ମୃତ

mahabharatanews

ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

mahabharatanews