ଓଡିଶା

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

(ଯାଜପୁର) :  ଓଭର ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ୩ ମୃତ ଏବଂ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ   ୪୦ ଜଣ ଆହତ ହୋଇଛନ୍ତି । ଏନଏଚ୍-୧୬ ବାରବାଟୀ ଛକ ନିକଟରେ ବଡ଼ ସଡ଼କ ଦୁର୍ଘଟଣା, ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନାନୁଯାୟୀ, ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ,ନିୟୋଜିତ ଥିବା ବେଳେ ବସକୁ ଉଠାଇବା ପାଇଁ କ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଛି । ୫୦ ରୁ ୬୦ ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ମିଳିଥିବା ଖବର ଅନୁସାରେ ୪୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି ଆଉ ଅନେକ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ନେଇ ସୂଚନା ରହିଛି ।

Related posts

ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

mahabharatanews

ସମ୍ପନ୍ନ ହେଲା ରଥଯାତ୍ରା

mahabharatanews

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

mahabharatanews