ଓଡିଶା

 ୨୮ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

 ଚଳିତମାସ ୨୮ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରସ୍ଥିତ ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଏକ ଜନସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରାଜ୍ୟ କଂଗ୍ରେସ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ କଂଗ୍ରେସର ଅନ୍ୟ କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିବେ।

ରାଜ୍ୟ କଂଗ୍ରେସର ପ୍ରଚାର କମିଟି ବୈଠକରୁ ଏହି ସୂଚନା ମିଳିଛି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଦାୟିତ୍ବ ଗ୍ରହଣ କରିବା ପରେ ଆଜି କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ କିଭଳି ପ୍ରଭାବୀ ଢଙ୍ଗରେ ଦଳର ପ୍ରଚାର କରାଯିବ ତାହାର ରଣକୌଶଳ ଉପରେ ଆଲୋଚନା କରାଯାଇଛି। ପୁରୀରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ ହେବ। ଜାତୀୟ କଂଗ୍ରେସର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ସହ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିଭଳି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

Related posts

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ

mahabharatanews

ରାଜ୍ୟର ପ୍ରଥମ ସିକିଲ ସେଲ୍ ଆଇସିୟୁ ।

mahabharatanews

 ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

mahabharatanews