ଭାରତ

“କେଜ୍ରିୱାଲ୍‌ ଆତଙ୍କବାଦୀ ନୁହନ୍ତି’”: ସାଂସଦ ସଂଜୟ ସିଂହ

(ଦିଲ୍ଲୀ) : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ‌ତିହାର ଜେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍‌ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି। କେଜ୍ରିୱାଲ୍‌ଙ୍କୁ ଆପ୍‌ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଯେ କେଜ୍ରିୱାଲ୍‌ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍‌ ଓ ସେ ଆତଙ୍କବାଦୀ ନୁହନ୍ତି’। କେଜ୍ରିୱାଲ୍‌ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ରୋଚକ ଟିକା-ଟିପ୍ପଣୀ ପ୍ରକାଶ ପାଇଛି। ଆପ୍‌ ସାଂସଦ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କୁ ଜଣେ ଆତଙ୍କବାଦୀ ଭଳି ଜେଲ୍‌ରେ ରଖାଯାଇଛି। ଜଣେ କୁଖ୍ୟାତ ଅପରାଧୀକୁ ବି ନିଜ ପତ୍ନୀ ଏବଂ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି, କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଜେଲ୍‌ରେ କେଜ୍ରିୱାଲ୍‌ଙ୍କୁ ଭେଟିବା ବେଳେ କାଚପରଦା ଦିଆଯାଇଥିଲା। ଏଭଳି ବ୍ୟବହାରରେ କେଜ୍ରିୱାଲ୍‌ ବ୍ୟଥିତ ହୋଇ ଏଭଳି ବାର୍ତ୍ତା ଦେଇଛନ୍ତି। ‌

Related posts

ରହସ୍ୟରେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟ ଘଟଣା

mahabharatanews

ମହୁଆ ମୈତ୍ରାଙ୍କ ଆବେଦନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି 

mahabharatanews

ଦେଶରେ ଦିନକରେ ୩୪,୧୧୩ ଆକ୍ରାନ୍ତ ଚିହ୍ନଟ ଓ ୩୪୬ ଜଣ ମୃତ

mahabharatanews