ଓଡିଶା

ତାତିରେ ସିଝୁଛି ଓଡ଼ିଶା

(ଭୁବନେଶ୍ବର) : ତାତିରେ ସିଝୁଛି ଓଡ଼ିଶା। ଭୁବନେଶ୍ବରରୁ ନୂଆପଡ଼ା ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ, ସାରା ଓଡ଼ିଶାବାସୀ ଏବେ ତ୍ରାହିତ୍ରାହି ଡାକୁଛନ୍ତି। ଆଜି ଦିନରେ ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରି ରହିବା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି।

ସୂଚନାନୁଯାୟୀ, ଏଠାରେ ତାପମାତ୍ରା ସ୍ବାଭାବିକଠାରୁ ୫.୫ ଡିଗ୍ରି ଅଧିକ ରହିଥିବା ବେଳେ ଭୁବନେଶ୍ବରରେ ୪.୧ ଅଧିକ ଥିଲା। ବାରିପଦା ବ୍ୟତୀତ ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୪୨.୪ ଡିଗ୍ରି, ତାଳଚେର ଓ ବୌଦ୍ଧରେ ୪୨, ଭୁବନେଶ୍ବର ଓ ମାଲକାନଗିରିରେ ୪୧.୯, ନୟାଗଡ ଓ ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୧.୬, ଖୋର୍ଦ୍ଧା ଓ ଟିଟିଲାଗଡ଼ରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ବରରେ ୪୧.୧, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକରେ ୪୧ ଡିଗ୍ରି ରେକର୍ଡ କରାଯାଇଛି।

Related posts

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

mahabharatanews

ହସ୍ପିଟାଲରୁ ବନ୍ଧା ପଡିଥିବା ଶରୀର ମୁକୁଳାଇଲେ କଂଗ୍ରେସ ନେତା

mahabharatanews

ପୁଣି ଭାରତମାଳାରେ ଭୟଙ୍କର ଦୁର୍ଘଟଣା ; ଦୁଇ ପିକଅପ୍ ଧକ୍କା, ୫ ଗୁରୁତର

mahabharatanews