ଭାରତ

ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ

(ଦିଲ୍ଲୀ) : ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଏସବୁ ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ ଆସନ) ଏବଂ ସିକ୍କିମ (୩୨ ଆସନ) ବିଧାନସଭା ଆସନ ପାଇଁ ବି ଭୋଟ ଗ୍ରହଣ ହେଉଛି ।

ସୂଚନା ଅନୁସାରେ, ଗତ ନିର୍ବାଚନ (୨୦୧୯)ରେ ୟୁପିଏ ଏହି ୧୦୨ଟି ଆସନରୁ ୪୫ଟି ଏବଂ ଏନଡିଏ ୪୧ଟି ଆସନରେ ବିଜୟୀ ହୋଇଥିଲା।
ନିର୍ବାଚନ କମିସନଙ୍କ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୧୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, ସର୍ବାନନ୍ଦ ସୋନଓ୍ବାଲ, ଡାକ୍ତର ସଂଜୀବ ବାଲିଆନ, ଜିତେନ୍ଦ୍ର ସିଂ, ଭୂପେନ୍ଦ୍ର ଯାଦବ, ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ । ସେହିପରି ତାମିଲନାଡ଼ୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି ତାମିଲନାଡୁ ବିଜେପି ସଭାପତି ଆନ୍ନାଦୁରାଇ ।

Related posts

ଧାୱନଙ୍କ ଆହତ ନେଇ ଚିନ୍ତାରେ ପଞ୍ଜାବ

mahabharatanews

ବିଜେପି ଛାଡିଲେ ବ୍ରିଜେନ୍ଦ୍ର

mahabharatanews

‘ଟାଇଗର-୩’ର ପ୍ରଥମ ଗୀତ ରିଲିଜ, ସଲମାନ-କ୍ୟାଟ୍ରିନାଙ୍କ ସ୍ୱାଗ୍

mahabharatanews