ଭାରତ

ବିଧାୟକ ମୁକୁଲ ରାୟଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

(କୋଲକାତା): ତୃଣମୂଳ କଂଗ୍ରେସର ଭେଟେରାନ ନେତା ତଥା ବିଧାୟକ ମୁକୁଲ ରାୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯାଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅପରାହ୍ନରେ କୋଲକାତାର ବାଇପାସ୍ ନିକଟରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ନିକଟ ସମ୍ପର୍କୀୟଙ୍କ ଅନୁଯାୟୀ ଶାରୀରିକ ଅବସ୍ଥା ବିଗିଡି ଯାଇଥିବାରୁ ସେ ଗତ କିଛି ଦିନ ହେବ ଠିକରେ ଖାଉ ନଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ।
ସୂଚନା ଅନୁସାରେ, କୃଷ୍ଣନଗର ଉତ୍ତର ବିଧାନସଭା ଆସନରୁ ବିଜେପି ଟିକେଟରେ ଜିତିଥିବା ଏବଂ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ମୁକୁଲଙ୍କୁ ଗତ ବର୍ଷ ଫେବୃଆରୀରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ମୁକୁଲଙ୍କ ଘନିଷ୍ଠ ସମ୍ପର୍କୀୟମାନେ କହିଥିଲେ ଯେ ତାଙ୍କ ମୁଣ୍ଡରେ ପାଣି ଜମା ହୋଇଯାଇଥିଲା । ଗତ ଫେବୃଆରୀରେ ଇଡି ମୁକୁଲଙ୍କୁ ଏକ ନୋଟିସ ପଠାଇଥିଲା। ପୁରୁଣା ଚିଟ୍ ଫଣ୍ଡ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ଡକାଯାଇଥିଲା, କିନ୍ତୁ ତାଙ୍କ ପରିବାର ଇଡିଙ୍କୁ ଚିଠି ଲେଖି ମୁକୁଲଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ, ଇଡି ଅଧିକାରୀମାନେ ବିଧାୟକଙ୍କ ଘରକୁ ଯାଇଥିଲେ | ମୁକୁଲ ରାଜ୍ୟ ରାଜନୀତିରେ ମମତା ବାନାର୍ଜୀଙ୍କ ଜଣେ ବିଶ୍ୱସ୍ତ ନେତା ଭାବରେ ପରିଚିତ ।

Related posts

ଛତିଶଗଡରେ ନିର୍ବାଚନୀ ହିଂସା 

mahabharatanews

୧୮ ରେ ବିସିସିଆଇର ସଭାପତି ନିର୍ବାଚନ

mahabharatanews

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

mahabharatanews