ଭାରତ

ଭାରତରୁ ଫିଲିପାଇନ୍ସ ଗଲା କ୍ଷେପଣାସ୍ତ୍ର

ଭାରତ ଫିଲିପାଇନ୍ସକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିକ୍ରୟ କରିଛି। ଶୁକ୍ରବାର ଭାରତୀୟ ବାୟୁସେନାର ସି-୧୭ ପରିବହନ ବିମାନ କ୍ଷେପଣାସ୍ତ୍ର ବ୍ୟବସ୍ଥା ନେଇ ଫିଲିପାଇନ୍ସସ୍ଥିତ କଲ୍ଲାର୍କ ଏୟାରବେସରେ ପହଞ୍ଚିଥିଲା। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଫିଲିପାଇନ୍ସ ସହ ଏହି ପ୍ରତିରକ୍ଷା ଚୁକ୍ତି ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରଥମ ପ୍ରମୁଖ ଅନ୍ତର୍ଜାତୀୟ ରପ୍ତାନୀ ବ୍ୟବସ୍ଥା ଥିଲା।

 ୨୯୦ କିଲୋମିଟର ଦୂରତା ବିଶିଷ୍ଟ ଆଣ୍ଟି-ସିପ୍ କ୍ରୁଜ୍ କ୍ଷେପଣାସ୍ତ୍ରର କୂଳ ଭିତ୍ତିକ ସଂସ୍କରଣ ପାଇଁ ଏହି ଅର୍ଡର ଦିଆଯାଇଛି। ୨୦୨୨ ମସିହାରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତ ଓ ଫିଲିପାଇନ୍ସ ମଧ୍ୟରେ ପ୍ରାୟ ୩୭୫ ନିୟୁତ ଆମେରିକୀୟ ଡଲାରରେ ଚୁକ୍ତି ହୋଇଥିଲା। ଭାରତ ପକ୍ଷରୁ ଫିଲିପାଇନ୍ସକୁ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଭାରତ ଶୁକ୍ରବାର ଫିଲିପାଇନ୍ସକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ସେଟ୍ ହସ୍ତାନ୍ତର କରିଛି।

Related posts

କୋମଳମତୀ ଶିଶୁକୁ ଶୀଘ୍ର ସ୍କୁଲ ପଠାଅନି : ସୁପ୍ରିମକୋର୍ଟ

mahabharatanews

ବିଦେଶ ଯାତ୍ରା କରିପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌

mahabharatanews

୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର

mahabharatanews