ଓଡିଶା

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ କରିଛି ପୋଲିସ ।ମୃତ ୮ଜଣଙ୍କ ଶେଷକୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ବାଳକ ଥିବା ସୂଚନା। ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ସୂଚନାନୁଯାୟୀ ,  ଏହି ଦୁଇଜଣ ଅଭିଯୁକ୍ତ ହେଲେ ଜିତ ପାଣ୍ଡେ ଓ ନାରାୟଣ ଭୋଇ । ଘଟଣା ପରେ ସେମାନଙ୍କୁ ଅଟକ ରଖିଥିଲା ପୁଲିସ । ୨୦ ଘଣ୍ଟାର ଅପରେସନ ପରେ ମହାନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଛତିଶଗଡରେ  । ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବସତଃ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର ।

 

Related posts

ଚନ୍ଦ୍ରଭାଗା ମାଘବୁଡ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ନାଳକୁ ଖସିଲା ‘ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ 

mahabharatanews

ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

mahabharatanews