ଓଡିଶା

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳା

(କଟକ) :  ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ତେବେ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ। ସବୁଠି ଭକ୍ତିମୟ ପରିବେଶ। ଚୈତ୍ର ମାସ ପ୍ରତି ମଙ୍ଗଳବାର ଭିନ୍ନ ଭିନ୍ନ ବେଶରେ ମା ସଜ୍ଜିତ ହୋଇଥାନ୍ତି ।

ସୂଚନାନୁଯାୟୀ , ଚଳିତ ବର୍ଷ ୫ଟି ମଙ୍ଗଳବାର ପଡୁଛି । ସେହିପରି ଆଜିଠୁ ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ କରନ୍ତି ସାଧବା ସ୍ତ୍ରୀ । କିମ୍ବଦନ୍ତୀ ଅନୁସାରେ ଚଇତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ । ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ । ଦିନେ ରାଜନବର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେମନେ ଆଶଙ୍କା କରିଥାଆନ୍ତି । ରାଜା ଥିଲେ ଅପୁତ୍ରିକ I ଚଇତି ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ । ରାଜା ଭୀଷଣ ରାଗିଗଲେ ଆଉ ଚଇତି ସାତପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ ।

Related posts

ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’

mahabharatanews

ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ

mahabharatanews

ଫୁଲୁଛି ବୈତରଣୀ ; ଟପିଲା ବିପଦ ସଙ୍କେତ 

mahabharatanews