ଓଡିଶାଵାଣିଜ୍ୟ

ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଏସିଆରେ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍ । ପେଟ୍ରୋଲପମ୍ପ ଗୁଡିକ ଏବେ ରଣକ୍ଷେତ୍ର ପାଲଟିଥିବା ବେଳେ ତେଲ ପାଇଁ ଗ୍ରାହକଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାତି ଅଧରୁ ତେଲ ପାଇଁ ଟାଙ୍କିରେ ଲୋକଙ୍କ ଭିଡ଼ ଲାଗୁଛି । ଟ୍ୱିନ୍‌ସିଟି ସମେତ ପୁରୀ, ବାଲେଶ୍ୱରରେ ଯାଜପୁର ଭଳି ସହରର ବିଭିନ୍ନ ତେଲ ଟାଙ୍କିରେ ପ୍ରବଳ ଭିଡ଼ । କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ମଧ୍ୟ ଟାଙ୍କିରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଅପେକ୍ଷା କରୁଛନ୍ତି ଗ୍ରାହକ । ରାଜଧାନୀରେ ଥିବା ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବାର ଧାଡି ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପ​‌ରେ ବି ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ।

Tamil Nadu Fuel Crisis: Panic Buying at Petrol Pumps in TN

ପ୍ରଥମେ ଗ୍ୟାସ ସମସ୍ୟା ନେଇ ସାରା ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଲାଣି । କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ବା ଧାଡ଼ି ଲାଗୁଛି । ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି ।

Fuel Shortage In Indian Cities? No, But You Might Be Creating One With Panic  Buying | New-delhi-news News - News18

ତେବେ ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦେଶ ତଥା ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି । ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ମାଲିକ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ । ୧୩ ଦିନ ପାଇଁ ଓଡ଼ିଶାରେ ତେଲ ଷ୍ଟକ୍‌ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

Odisha Govt To Set Up Science City In Bhubaneswar | Odisha

Related posts

ଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ , ଜଣେ ନାବାଳିକା ମୃତ

mahabharatanews

ନୂତନ ଜାଇକା ହୋଟେଲର ଶୁଭ ଉଦ୍ଘାଟନ

mahabharatanews