ଭାରତ

ଇସ୍ରାଏଲର ସାମରିକ ୟୁନିଟ୍ ବିରୋଧରେ ବାଇଡେନ ପ୍ରଶାସନର କାର୍ଯ୍ୟାନୁଷ୍ଠାନ  

(ଇସ୍ରାଏଲ) : ପ୍ରଥମ ଥର ପାଇଁ ବାଇଡେନ ପ୍ରଶାସନ ଇସ୍ରାଏଲର କୌଣସି ସାମରିକ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିବା ପରେ ଏହାକୁ ନେଇ ଇସ୍ରାଏଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ପଦକ୍ଷେପ ଅନୈତିକ ଏବଂ ଅତ୍ୟନ୍ତ ନିମ୍ନ ମାନସିକତାର ପରିଚାୟକ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି।

ସୂଚନାନୁଯାୟୀ , ପାଲେଷ୍ଟାଇନ ବିରୋଧରେ ହିଂସା ଅଭିଯୋଗକୁ ନେଇ ‘ନେତଜା ୟେହୁଦା ବାଟାଲିୟନ’ ଅତୀତରେ ବିବାଦଘେରରେ ରହିଛି। ଗତ ୩ ମାସ ମଧ୍ୟରେ ଅନେକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ପାଇଁ ଏହି ବାଟାଲିୟନକୁ ଦାୟୀ କରାଯାଇଛି। ତେବେ ଏହି ସେନା ୟୁନିଟ୍‌ ଉପରେ କଟକଣା ଲଗାଇବା ପାଇଁ ଆମେରିକାର ଏହି ଯୋଜନାବଦ୍ଧ ପଦକ୍ଷେପକୁ ଇସ୍ରାଏଲ କଡ଼ା ସମାଲୋଚନା କରିବା ସହ ଆତଙ୍କବାଦ ବିରୋଧୀ ଲଢ଼େଇକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

Related posts

‘ଆମେଠିରୁ ରାହୁଲଙ୍କ ନାମ ଘୋଷଣା ନକଲେ ଆତ୍ମହତ୍ୟା କରିବି ‘

mahabharatanews

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

mahabharatanews

ସହର ଭିତରେ ବୁଲୁଛି ହାତୀ

mahabharatanews