ଭାରତ

ସହର ଭିତରେ ବୁଲୁଛି ହାତୀ

ସିଲିଗୁଡ଼ି : ସହର ଭିତରେ ହାତୀ ଆତଙ୍କ । ଏ ଭଳିଆ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ସିଲିଗୁଡ଼ି ସହରରେ । ମହାନନ୍ଦ ବନ୍ୟଜନ୍ତୁ ଅଭୟାରଣ୍ୟରୁ ଏକ ବୟସ୍କ ହାତୀ ଅକସ୍ମାତ ଜନବସତିକୁ ଚାଲିଆସିଥିଲା । ଆଉ ହାତୀଟି ସହର ଭିତରୁ ଫେରିବାର ବାଟ ପାଇନପାରି ସହର ଭିତରୁ ପଶି ଆସିଥହୀଲା । ସିଲିଗୁଡ଼ିର ସାଲବାରି ରେସିଡେନସିଆଲ ଇଲାକାରେ ହାତୀଟି ମନଇଚ୍ଛା ବୁଲିବା ସହ ଏଣେତେଣେ ଯିବାରେ ଲାଗିଥିଲା । ଏହାକୁ ନେଇ ସେଠାରେ ଆତଙ୍କ ପ୍ରକାଶ ପାଇଥିଲା ।

ହାତୀ ବୁଲିବା ଦେଖି ଅଂଚଳ ବାସୀ ଭୟଭୀତ ଅବସ୍ଥାରେ ଥିଲେ । ତେବେ ଅଂଚଳ ବାସୀ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ଅଂଚଳ ବାସୀ। ଖବର ପାଇ ନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ । ଆଉ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା ।

Related posts

ଆସନ୍ତାକାଲି କୃଷକଙ୍କ ‘ଦିଲ୍ଲୀ ଚଲୋ ଅଭିଯାନ’ 

mahabharatanews

ମୃତ୍ୟୁ ପରେ ବି ଜୀବିତ ଅଛନ୍ତି ସୁଶାନ୍ତ, ତାଙ୍କର ଅଙ୍ଗ ଦାନ ପାଇଁ ପାଇଲେ ୪ନୂଆ ଜୀବନ

mahabharatanews

ହାପି ବାର୍ଥଡେ ବିଗ ବି

mahabharatanews