ଅଫ୍ ସ୍କ୍ରିନ୍ ହେଉ କିମ୍ବା ଅନ୍-ସ୍କ୍ରିନ୍ ସବୁବେଳେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥାନ୍ତି ରବଣୀର ସିଂ । ସେ ନିଜ ଅଭିନୟ ଏବଂ ଭିନ୍ନ ଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଆଜିକାଲି ସେଲିବ୍ରେଟମାନେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସୂଚନାନୁଯାୟୀ , ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣଭୀର ସିଂଙ୍କ Deepfake Video ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ସିଂ ରାଜନୈତିକ ମତାମତ ଦେଉଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓ ଖୁବ୍ ରିୟଲ ଦେଖା ଯାଉଛି ଏଥିରେ ତାଙ୍କର ବାରାଣାସୀ ଯାତ୍ରାକୁ ଦର୍ଶାଯାଇଛି, କିନ୍ତୁ ଅଡିଓ ତିଆରି କରିବାରେ AI ବ୍ୟବହାର କରାଯାଇଛି ।
