ଭାରତ

ସରିଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର 

(ଦିଲ୍ଲୀ)  : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ଶେଷ ହେବ ପ୍ରଚାର । ବହୁ ହେଭିୱେଟ ଦେବେ ଭାଗ୍ୟପରୀକ୍ଷା । ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ । ଆଉ ଦ୍ୱିତୀୟ ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରୁଛନ୍ତି ନେତା ।

 ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ସାଧାରଣ ଲୋକଙ୍କଠାରୁ ଭୋଟ୍ ମାଗିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବେ କଡ଼ା ଟକ୍କର ଦେବା ମୁଡରେ ନଜର ଆସିଛନ୍ତି । ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଥିଲେ । ସେ ମଙ୍ଗଲସୁତ୍ର ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିରେ ପାଲଟା ଜବାବ ଦେଇଥିଲେ । ଏନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଗତ ଦୁଇ ଦିନ ଧରି କଂଗ୍ରେସ ନାଁରେ ମିଥ୍ୟା ପ୍ରଚାର କରାଯାଉଛି ଯେ, କଂଗ୍ରେସ ଆପଣଙ୍କ ମଙ୍ଗଳସୁତ୍ର ଏବଂ ଆପଣଙ୍କ ସୁନାକୁ ଆପଣଙ୍କଠାରୁ ଛଡ଼େଇ ନେବାକୁ ଚାହୁଁଛି ।

Related posts

ବୁଧବାର ଠାରୁ ୧୨ରୁ୧୪ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭିଡ୍ ଟୀକା

mahabharatanews

ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀ

mahabharatanews

ଆସାମ ବନ୍ୟା :ପାଣି ଘେରରେ ପାଞ୍ଚ ଲକ୍ଷ ଲୋକ

mahabharatanews