ଭାରତ

ବ୍ରିଟେନରେ ରାଘବ ଚଢା 

(ଦିଲ୍ଲୀ) :  ଆଖି ଅସ୍ତ୍ରୋପଚାର ପାଇଁ ରାଘବ ଚଢା ବ୍ରିଟେନରେ ଅଛନ୍ତି । ତାଙ୍କ ରେଟିନାରେ ଛୋଟ କଣା ହୋଇଥିବାରୁ ପରିଣିତୀ ଚୋପ୍ରାଙ୍କ ସ୍ୱାମୀ ତଥା ଆପ୍ ନେତା ରାଘବଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ତେବେ ତାଙ୍କର ଅସ୍ତ୍ରୋପଚାର ଶେଷ ହୋଇଛି । ବର୍ତ୍ତମାନ ସେ ଲଣ୍ଡନରେ ବିଶ୍ରାମ ନେଉଛନ୍ତି, ଡାକ୍ତରଙ୍କ ଅନୁମତି ପାଇବା ପରେ ହିଁ ସେ ଭାରତ ଫେରିବେ ।

ସୂଚନାନୁଯାୟୀ , ଗତକାଲି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ନିର୍ବାଚନ ସମୟରେ ଆପ୍ ନେତା ରାଘବ ଚଢାଙ୍କ ଅନୁପସ୍ଥିତିର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ରାଘବଙ୍କ ଆଖିରେ ଗୁରୁତର ସମସ୍ୟା ରହିଛି, ତେଣୁ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି । ଓଡ଼ିଶା ବିଧାନସଭା ନିର୍ବାଚନ: କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ରାଘବଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ଲଣ୍ତନରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ କରିବା ନେଇ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।

Related posts

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

ଟ୍ରେଡମିଲରେ କରେଣ୍ଟ ଲାଗି ଯୁବକ ମୃତ

mahabharatanews

ପ୍ରକାଶ ପାଇଲା କଂଗ୍ରେସର ସପ୍ତମ ପ୍ରାର୍ଥୀ ତାଲିକା 

mahabharatanews