ଓଡିଶା

ପହଞ୍ଚିଲା  ଚତୁର୍ଥ ପର୍ଯ୍ୟାୟ ରଥକାଠ 

(ପୁରୀ) : ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।
ସୂଚନାନୁଯାୟୀ , ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଯିବା ରାସ୍ତାରେ ବିଭିନ୍ନ ଗାଁରେ ଅପେକ୍ଷା କରିଥିବା ଶହ ଶହ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ, ଘଣ୍ଟ-ମୃଦଙ୍ଗ ବଜାଇ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ । ଜନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୟ ଜଗନ୍ନାଥ ଧ୍ବନିରେ, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ରଥକାଠ ପାଇଁ, ବନ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଭାଗ୍ୟବାନ ମନେ କରିଥିଲେ ।

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

mahabharatanews

ଜଗନ୍ନାଥ ଧାମ ନା ରାଜନୈତିକ ନାଟକ? ଭାବନା, ବିବାଦ ଏବଂ ବିଶ୍ୱାସର ନିର୍ଣ୍ଣୟ”…

mahabharatanews

ସରିଲା ଉଦ୍‌ଘାଟନ; ଉତ୍‌କେଲାକୁ ବିମାନ ସେବା ଆରମ୍ଭ

mahabharatanews