ଓଡିଶା

ରାଜ୍ୟରେ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : ଆଜି ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ଫଳରେ ପାଗ ବଦଳିଛି । ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ସେଥିପାଇଁ ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନାନୁଯାୟୀ , ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜି ଅପେକ୍ଷା କାଲିଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୁର୍ବାନୁମାନ କରାଯାଇଛି । ଆଜି ଟ୍ୱିନ ସିଟିର ଅନେକ ସ୍ଥାନରେ ପବନ ସହ ସାମାନ୍ୟ ବର୍ଷା ହୋଇଛି ।

Related posts

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews

ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି

mahabharatanews

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews