ଓଡିଶା

ନବରଙ୍ଗପୁରରେ ଜଣେ ନକ୍ସଲ ଏନ୍‌କାଉଣ୍ଟର

(ନବରଙ୍ଗପୁର) : ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କୁ ବଡ଼ ସଫଳତା । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ମିଳିତ ବାହିନୀର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ ,  ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ମିଳିତ ବାହିନୀର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ବେଳେ ଏହି ଏନ୍‌କାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି।

Related posts

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଛେରାପହଁରା କାର୍ଯ୍ୟ ଶେଷ ପରେ ରଥ ଟଣା ଆରମ୍ଭ

mahabharatanews