ଓଡିଶା

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକ

(ଭୁବନେଶ୍ୱର) : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ ଚିକତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ କୁ ନିଆଯିବ ଓ ଏହା ପରେ ରାୟଗଡ଼ା ଜିଲା କୋଲନରା ବ୍ଲକ ବାଙ୍କିଲି ସ୍ଥିତ ବାସଭନକୁ ନିଆଯିବାର ସୂଚନା ମିଳୁଛି।

ସୂଚନାନୁଯାୟୀ , ସେ ବିଷମକଟକରୁ ୭ଥର କଂଗ୍ରେସ ବିଧାୟକ ଥିଲେ। ଏହା ସହ ସେ ଓଡ଼ିଶା ଗୃହ ବିଭାଗ ତଥା ଜଙ୍ଗଲ ବିଭାଗ,ଅବକାରୀ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଳ ଓ ପରିମଳ ବିଭାଗର ମନ୍ତ୍ରୀ ପଦ ମଧ୍ୟ ତୁଲାଇ ଥିଲେ। ତାଙ୍କର ବିୟଗ ସମୟରେ ତିନି ଝିଅ, ପୁଅ ଓ ସ୍ତ୍ରୀ ଉପସ୍ଥିତ ଥିଲେ।

Related posts

ପବନ ବର୍ଷାରେ ଉଡିଗଲା ଘରର ଛପର            

mahabharatanews

ହାଇଦର ଏନକାଉଣ୍ଟର: ଜବାବ ତଲବ କଲା ଓଏଚଆରସି

mahabharatanews

ପାରଳାଖେମୁଣ୍ଡିରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

mahabharatanews