ଓଡିଶା

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

(ଭୁବନେଶ୍ୱର) :  ମେ’ ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବ। କେଉଁ ଦିନ ବାହାରିବ ସେନେଇ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍‌ ପୂର୍ବରୁ ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି।

ସୂଚନାନୁଯାୟୀ , ପୂର୍ବରୁ ମେ’ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ପରିଷଦର ଅଧିକାରୀ ଜଣକ କହିଛନ୍ତି ଯେ ଖାତା ମୂଲ୍ୟାୟନ ଠିକ୍‌ ଭାବେ ହୋଇଛି। କୌଣସି ପ୍ରକାର ତ୍ରୁଟି କିମ୍ବା ବିଭ୍ରାଟ ହୋଇନି। ଗତବର୍ଷଗୁଡ଼ିକ ‌ଅପେକ୍ଷା ଏଥର ଶୀଘ୍ର ଫଳ ବାହାରିବ। କୌଣସି ପରିସ୍ଥିତିରେ ଜୁନ୍‌ ମାସ ହେବ ନାହିଁ। ପୂର୍ବରୁ ମେ’ ଶେଷ ସପ୍ତାହରେ ବିଜ୍ଞାନ ବିଭାଗର ପରୀକ୍ଷାଫଳ ଏବଂ ଜୁନ୍‌ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ପ୍ରକାଶ ପାଉଥିଲା। ଏଥର କିନ୍ତୁ ଗୋଟିଏ ସମୟରେ ସମସ୍ତ ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ।

Related posts

ରସିକିଆ ନକଲି ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ

mahabharatanews

୬୦ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ଉଦ୍ଧାର

mahabharatanews

ବଢୁଛି ତାତି; ଆହୁରି ୨ଦିନ ସିଝିବେ ରାଜ୍ୟବାସୀ  

mahabharatanews