ଭାରତ

 ଆୟକର କାର୍ଯ୍ୟାଳୟରେ ବଡ଼ଧରଣର  ଅଗ୍ନିକାଣ୍ଡ

(ଦିଲ୍ଲୀ) : ଜାତୀୟ ରାଜଧାନୀରେ ଥିବା ଆୟକର କାର୍ଯ୍ୟାଳୟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅପରାହ୍ନ ୩ଟା ୭ମିନିଟରେ ଆୟକର ସିଆର୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦିନ ୩ଟାବେଳେ ଆଇଟିଓ ସ୍ଥିତ ଆୟକର ବିଭାଗ ବିଲିଂରେ ନିଆଁ ଲାଗିଥିବା ସୂଚନା ମିଳିଥିଲା ଓ ଏହା ପରେ ୨୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ ଆୟକର ବିଭାଗ ବିଲଡିଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପଛରେ ରହିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ମୋଟ ୨୧ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣାର ତଦନ୍ତ ଚାଲିଛି । ଦିଲ୍ଲୀ ପୋଲିସ କହିଛି ଯେ ୪୬ ବର୍ଷୀୟ ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ ଓ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେ ଅଫିସ୍ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଫୋରେନସିକ୍ ବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Related posts

ବ୍ରିଜଭୂଷଣଙ୍କୁ ଆଶ୍ଵସ୍ତି; ମିଳିଲାନି କୌଣସି ପ୍ରମାଣ

mahabharatanews

ଆଖି ବୁଜିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବେ ଏଏପି

mahabharatanews