ଓଡିଶା

ଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

(ଭୁବନେଶ୍ୱର) : ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ। ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମଗିବେ ନବୀନ । ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ।

ସୂଚନାନୁଯାୟୀ , ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ। ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ ।

Related posts

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୭୯୭ କରୋନା ପଜିଟିଭ ଚିହ୍ନଟ

mahabharatanews

ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ବୈଠକ ଅନୁଷ୍ଠିତ

mahabharatanews