ଭାରତ

ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ିବା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

(ମୁମ୍ବାଇ) : ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।

ସୂଚନାନୁଯାୟୀ , ସୋମବାର ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ସୁଦ୍ଧା ୧୪କୁ ବୃଦ୍ଧିପାଇଥିଲା। ଆଜି ସେଠାରୁ ଆହୁରି ୨ଟି ମୃତ ଦେହ ଉଦ୍ଧାର ହୋଇଛି ବୋଲି ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରାୟ ୩ଟାରେ ମୁମ୍ବାଇର ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଥିଲା। ଏହାପରେ ପ୍ରାୟ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଚାରିଦିଗ ଧୂଳିରେ ଭର୍ତ୍ତି ହୋଇଯାଇଥିଲା। ଏହାର ପ୍ରଭାବ ବିଶେଷ ଭାବେ ଘଟକୋପାର, ବାନ୍ଦ୍ରା କୁର୍ଲା, ଧରାବି ଅଞ୍ଚଳରେ ଅଧିକ ଅନୁଭୂତ ‌ହୋଇଥିଲା। ହଠାତ୍‌ ପାଗ ପରିବର୍ତ୍ତନ ଓ ଧୂଳି ଝଡ଼ ଯୋଗୁଁ ‌କେତେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟିଛି।

Related posts

 କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ 

mahabharatanews

“ଜନ୍ତର ମନ୍ତରରେ ଧାରଣା ଦେଇପାରିବେନି କୁସ୍ତିଯୋଦ୍ଧା”: ଦିଲ୍ଲୀ ପୋଲିସ

mahabharatanews

ଶ୍ୟୋକ ନଦୀକୁ ଖସିଲା ଯବାନଙ୍କ ବସ : ୭ ଯବାନ ସହିଦ

mahabharatanews