ମନୋରଞ୍ଜନ

ଡାକ୍ତରଖାନାରେ ରାକ୍ଷୀ ସାୱନ୍ତ

(ମୁମ୍ବାଇ) : ରାଖି ସାୱନ୍ତ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଛି । ଡାକ୍ତରଖାନା ବେଡରେ ରାଖି ଶୋଇଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ, ହୃଦ ସମସ୍ୟା ପାଇଁ ତାଙ୍କୁ ଡାକ୍ତରଖାନ‌ାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ଏହି ଫଟୋ ଦେଖିବା ପରେ ରାଖିଙ୍କ ପ୍ରଶଂସକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ଏବଂ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପ୍ରକୃତରେ ରାଖି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ ଏବଂ ‌ଯଦି ହୋଇଛନ୍ତି, ତାଙ୍କର କେଉଁ ରୋଗ ହୋଇଛି ତାହା ସାମ୍ନାକୁ ଆସିନାହିଁ ।ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସୂଚନା ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ରିପୋର୍ଟ ଆସିନାହିଁ ।

Related posts

ରିଲିଜ ହେଲା  ‘The Archies’ର ଟ୍ରେଲର

mahabharatanews

ଛୋଟ ପରଦାରେ କଙ୍ଗନା ରାଣାୱତ

mahabharatanews

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

mahabharatanews