ଭାରତ

ଚାର ଧାମଯାତ୍ରାରେ ରିଲ୍ଲ ମନା 

(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ପବିତ୍ର ଚାର ଧାମଯାତ୍ରା ମେ ୧୦ରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରତିଦିନ ଶହ ଶହ ଭକ୍ତ ଦର୍ଶନ କରିବା ପାଇଁ ଏଠାରେ ପହଞ୍ଚୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସରକାର ଭକ୍ତମାନଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି, ଚାରିଧାମ ଯାତ୍ରା ସମୟରେ ମନ୍ଦିରରୁ ୫୦ମିଟର ବ୍ୟାସାର୍ଦ୍ଧରେ ଭିଡିଓ ରିଲ ତିଆରି କରିବାକୁ ବାରଣ କରାଯାଇଛି ।

ଉତ୍ତରାଖଣ୍ଡ ସରକାର ଦେଇଥିବା ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ଚରମ ଯାତ୍ରା ଜାରି ରହିଛି । ଯେଉଁଥିରେ ସମସ୍ତ ରାଜ୍ୟରୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଦର୍ଶନ ପାଇଁ ଆସୁଛନ୍ତି । ତୀର୍ଥଯାତ୍ରୀମାନଙ୍କୁ ବ୍ୟବସ୍ଥିତ ଦର୍ଶନ ଯୋଗାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। କିଛି ବ୍ୟକ୍ତି ମନ୍ଦିର ପରିସରରେ ସୋସିଆଲ ମିଡିଆ ପାଇଁ ଭିଡିଓଗ୍ରାଫି / ରିଲ୍ଲ ତିଆରି କରୁଛନ୍ତି। ଯେଉଁ କାରଣରୁ ଏହି ଭିଡିଓଗ୍ରାଫି ଦେଖିବା ପାଇଁ ମନ୍ଦିର ପରିସରରେ ଗୋଟିଏ ସ୍ଥାନରେ ଭିଡ଼ ଜମିବା କାରଣରୁ ଭକ୍ତମାନେ ଦର୍ଶନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Related posts

ଚଣ୍ଡିଗଡ଼ରେ ମାସ୍କ ବାଧ୍ୟତାମୂଳକ 

mahabharatanews

ନୂପୁରଙ୍କ ବୟାନ ଯୋଗୁଁ ହେଲା ସାଇବର ଆକ୍ରମଣ

mahabharatanews

ପରଲୋକରେ ସ୍ୱାମୀ ସ୍ମରଣାନନ୍ଦ

mahabharatanews