ମନୋରଞ୍ଜନ

କଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସ

(ମୁମ୍ବାଇ) :  ବିଜେପିର ମଣ୍ଡି ଲୋକସଭା ଆସନ ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।

ସୂଚନାନୁଯାୟୀ ,  କଙ୍ଗନା ଆଜି ହିମାଚଳପ୍ରଦେଶର କାଜା ଗସ୍ତ କରିଥିବାବେଳେ ତାଙ୍କୁ ସେଠାରେ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ। ଉକ୍ତ ଘଟଣା ସଂକ୍ରାନ୍ତରେ ହିମାଚଳପ୍ରଦେଶ ବିରୋଧୀ ଦଳ ନେତା ଜୟରାମ ଠାକୁର କହିଛନ୍ତି, କଂଗ୍ରେସ କର୍ମୀମାନେ ଆମ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଏବଂ ଗାଡ଼ି ଉପରକୁ ପଥର ମାଡ଼ କରି ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଆମେ ଲାହଲ ଏବଂ ସ୍ପିଟିର କାଜା ଯାଇଥିଲୁ। ବିଜେପି ମଣ୍ଡି ପ୍ରାର୍ଥୀ ମଧ୍ୟ ଆମ ସହ ଥିଲେ। କିନ୍ତୁ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ କଂଗ୍ରେସ କର୍ମୀମାନେ ଆମ ଗାଡ଼ି ଉପରକୁ ପଥର ମାଡ଼ କରି ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ଏଭଳି ଘଟଣାକୁ ମୁଁ କଡ଼ା ନିନ୍ଦା କରୁଛି।

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

ଭାଇରାଲ ହେଲା ପରି -ରାଘବଙ୍କ ବିବାହ ପରର ପ୍ରଥମ ଫୋଟୋ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଅଦା ଶର୍ମା 

mahabharatanews